
ଭଗବାନଙ୍କର ପ୍ରଥମ ଆଶୀର୍ବାଦ ପୂର୍ବଜନ୍ମର ପୁଣ୍ୟର ସ୍ବୀକୃତି, ପିତାମାତାଙ୍କ ଆର୍ଶୀବାଦ ଓ ପ୍ରଚେଷ୍ଟା ପ୍ରଥମେ ସାହି ଭିତରେ ଶବ୍ଦରେ ଝୁଲା ପକେଇ ସଙ୍ଗୀତ ଶିଖାଇଥିଲେ ବାପା ପରେ ମୁଁ ବୁଲି ବୁଲି ସଙ୍ଗୀତ ଗାଇବା ଆରମ୍ଭ କଲି ପିତାମାତାଙ୍କ ଠାରୁ ଶିଖିଥିଲି ବାପା ଶିଖେଇଥିଲେ ‘ଜଗବନ୍ଧୁ ତୁମେ ବଡ଼ କପଟୀ’ ଗୀତରୁ ମୋର ପ୍ରଥମ ଭଜନ ଗାଇବା ଆରମ୍ଭ ହୋଇଥିଲା
ମୁଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ୯ ବର୍ଷ ବୟସରେ ଯାଇ ଫେରି ଆସିଥିଲି ପୁଣି ଦ୍ବିତୀୟ ଥର ଆସି ଓଡ଼ିଆ ସଙ୍ଗୀତରେ ନାମ ଲେଖାଇଥିଲି ସେଠାରେ ଗୁରୁ ବାଳକୃଷ୍ଣ ଦାଶ ଓ ଗୁରୁ ମାର୍କଣ୍ଡେୟ ମହାପାତ୍ର ଏବଂ ଗୁରୁ ଗୋପାଳ ପଣ୍ଡାଙ୍କ ଠାରୁ ଶିକ୍ଷା ନେଲି କ୍ୟାସେଟ୍ ରେକର୍ଡ଼ିଂ ପାଇଁ ମୁଁ ଗୁରୁ ବାଳକୃଷ୍ଣ ସାର୍ଙ୍କ ସଙ୍ଗେ ଏକ ରେକର୍ଡ଼ କମ୍ପାନୀରେ ସାକ୍ଷାତକାର ପାଇଁ ଯାଇଥିଲି ସେହି କମ୍ପାନୀ ଥିଲା କଲିକତାର ଏନ୍ରିକୋ ପ୍ରଥମେ ଏହି କମ୍ପାନୀ ପାଇଁ ଗାଇଥିଲି ସେଥିରେ ଦୁଇଟି ଗୀତ ଥିଲା, ‘ହେ ଚକାନୟନ’ ଓ ‘ମଲ୍ଲୀଫୁଲ ଗଜରା ମାଳ’ ଆମେ ଓଡ଼ିଶା ଭବନରେ ରହିଥିଲୁ ରାତିରେ ମତେ ନିଦ ନଥିଲା ବହୁତ ଖୁସି ହୋଇଥିଲି ଗାଇଲାପରେ ମୋର ‘ଫ’ ଶବ୍ଦ ବାଧା ଦେଇଥିଲା ଓ ତାହା ଦୁଇଟି ଟେକ୍ରେ ଠିକ୍ ହୋଇଥିଲା ଏହି ଗୀତ ବେଳେ ମୋତେ ୧୫ ବର୍ଷ ହୋଇଥିଲା ତା ପୂର୍ବରୁ ରେଡ଼ିଓରେ ଶିଶୁ ସଂସାର କାର୍ଯ୍ୟକ୍ରମର ସିଧା ପ୍ରସାରଣରେ ଶିଶୁ ସଙ୍ଗୀତଟିଏ ଗାଇଥିଲି
ଏହା ଏକ ତିକ୍ତ ଅନୁଭୁତି ମନରେ କେବଳ ଦୁଃଖ ହିଁ ଆସୁଛି ଭଗବାନ ଆସିଲେ ବି ଏହା ବଦଳିବନି ଲୋକମାନେ ହିଁ ବଦଳାଇପାରିବେ
‘ଭାବ’ ଉପାଦାନର ହିଁ ଅଭାବ ରହୁଛି ଅର୍ଥ ଓ ଯଶ ପାଇଁ ଯାହାକିଛି କରିବାକୁ ବି ସଙ୍ଗୀତ କଳାକାରଟେ ପଛଉନି ତେଣୁ ‘ଭାବ’ ଉପାଦାନଟି ଏଠି କ୍ଷୟ ହେଉଛି ଏହା ଦ୍ବାରା ଆମ ପରମ୍ପରାର କ୍ଷତି ହେଉଛି
ନିଶ୍ଚିତ ଭାବେ ଏହି କଥା ମୁଁ ପୂର୍ବ ପ୍ରଶ୍ନର ଉତ୍ତରରେ କହିସାରିଛି
ସବୁ ସଙ୍ଗୀତ ମତେ ଭଲ ଲାଗେ ପୂଜାବେଳେ ଭଜନ ଦରକାର ଚାଷୀ ବିଲକୁ ଗଲାବେଳେ ତା’ ପାଇଁ ପଲ୍ଲୀଗୀତଟିଏ ଦରକାର ମଣିଷର ବିଭିନ୍ନ ଅବସ୍ଥାକୁ ନେଇ ସଙ୍ଗୀତର ଆବଶ୍ୟକତା ଅଛି ଯଦି ଚୁଡ଼ିଟାକୁ ଆମେ ଗୋଡ଼ରେ ପିନ୍ଧିବା ତାହା ଶୋଭନୀୟ ହେବ କି ? କୌଣସି ସଙ୍ଗୀତ ଖରାପ ନୁହେଁ
ନାଁ ମୁଁ ସେମିତି କିଛି ବି ଦେଖିନି ସେମାନଙ୍କ ସମର୍ପଣ ଭାବରେ ସମାନତା ଥିଲା, କିଛି ପାର୍ଥକ୍ୟ ନାହିଁ ମୁଁ ମୋର ଚିନ୍ତାଧାରା କେବଳ ପ୍ରଭୁଙ୍କ ପାଖେ ସମର୍ପଣ କରିଛି, ଆଉ କିଛି ନୁହେଁ
ମୋ ସ୍ଥାନ ପ୍ରଭୁଙ୍କ ସେବାରେ କାରଣ ସେ ରହିବାକୁ ନିବାସଟେ ଦେଇଛନ୍ତି, ପରିବାରଟେ ଦେଇଛନ୍ତି, ଚାକିରୀଟେ ମଧ୍ୟ ଦେଇଛନ୍ତି ସବୁଠୁ ବଡ଼ କଥା ମୋ ପାଇଁ ହେଉଛି ଯେ, ସେ ମତେ ଗାଇବାକୁ ଶକ୍ତି ଦେଇଛନ୍ତି ସବୁକିଛି ତାଙ୍କ ନାମକୁ ଧରି
ସ୍ବାମୀ ଶ୍ରୀଯୁକ୍ତ ବସନ୍ତ କୁମାର ଛୋଟରାୟ ବଡ଼ପୁଅ ଅବିନାଶ ଛୋଟରାୟ(କାହ୍ନା), ସାନପୁଅ ସତ୍ୟଜିତ୍ ଛୋଟରାୟ(ସୋନା)ଠାକୁରଙ୍କ ଆର୍ଶୀବାଦ ବଳରେ ମୋ ଛୋଟ ସଂସାରକୁ ନେଇ ମୁଁ ଚାଲିଛି ଏହା ମୋର ସଂସାର
ଯେଉଁମାନେ ଉପଯୁକ୍ତ ସେମାନେ ପାଉନାହାନ୍ତି ଯେଉଁମାନେ ସମର୍ପିତ ସେମାନେ ଆଶା କରୁନାହାନ୍ତି ଆଉ କେତେଜଣ ପେଟପାଇଁ ନେଉଛନ୍ତି, କିନ୍ତୁ ସମ୍ମାନ ଟା ଉଚିତ୍ ଭାବେ ମିଳୁନାହିଁ
ଗାଁରେ ବେଶୀ ସମ୍ମାନ ପାଇଛି ସହରରରେ କେବଳ ଲୋକ ଦେଖାଣିଆ ସମ୍ମାନ ପାଏ
ମଞ୍ଚ ଉପରେ ଚଳଚ୍ଚିତ୍ର “ବାସନ୍ତୀ ଅପା’ରେ ଗୋଟିଏ ଭଜନ ଗାଇଛି ଭଜନଟି ଥିଲା ‘‘ମା’ ମଙ୍ଗଳା….
ଶଙ୍କରଙ୍କ ମତରେ ଜ୍ଞାନୀଗୁଣୀମାନେ ଗୀତର ମର୍ମ ବୁଝନ୍ତି ଓ ଶୁଣନ୍ତି ଏବଂ ଚୈତନ୍ୟଙ୍କ ମତରେ ଶୁଣନ୍ତି ଓ ଖୁସିରେ ନାଚନ୍ତି
ବହୁତ ଭଲ ଲାଗେ ଦୋଷତ୍ରୁଟିକୁ ଖୋଜେ ଭଲ ଭଲ ଗୀତକୁ ଗାଇବାକୁ ପୁଣି ଇଛା ହୁଏ
କଳାକାର ଭୂମିକାରେ ନିଜକୁ ଅଧିକ ପସନ୍ଦ କରେ ଜୀବନ ନାଟକରେ ଏଇ ଚରିତ୍ରଟି ମୋତେ ଖୁବ୍ ଭଲ ଲାଗେ
ଆଜି ତାରିଖରେ ଯେଭଳି ପ୍ରଚାରପ୍ରସାର ଚାଲିଛି ଯଦି ପରମ୍ପରା ଓ ସଂସ୍କୃତିକୁ ଛାଡ଼ି ଦିଆଯାଏ ତେବେ ଭବିଷ୍ୟତ ଅନ୍ଧାର
କେବଳ ଶୁଣୁଛି
ବହୁତ୍ ଖୁସି ହେବି ସେମାନଙ୍କୁ କଳାକାର ଭାବେ ଦେଖିବାକୁ ତାହା ପ୍ରଭୁଙ୍କ ଇଛା ଉପରେ ନିର୍ଭର କରେ ସେମାନେ ଆଗ ଭଲ ମଣିଷଟିଏ ହେବା ଦରକାର
ଆଜି ପର୍ଯ୍ୟନ୍ତ ରହିଛି ସବୁ ବାଧାବିଘ୍ନ ଭିତରେ ବି ମୋ ପରିବାର ମୋ ପଛରେ ଠିଆ ହୋଇଛି
ଏକ କ୍ୟାସେଟ୍ ମୁକ୍ତି ଅପେକ୍ଷାରେ ଅଛି ମୁଁ ଏକ ସଙ୍ଗୀତ ଅନୁଷ୍ଠାନ କରିଛି ଯାହାର ନାଁ- ‘ସ୍ବରତୀର୍ଥ’ ଏହା ମାଧ୍ୟମରେ ମୁଁ ସଂସାରକୁ କିଛି ସ୍ବତନ୍ତ୍ର ଶୈଳୀର ସଙ୍ଗୀତ ଉପହାର ଦେବାକୁ ଚାହୁଁଛି, ଯାହା ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ
ଆଗ୍ରହୀ ନୁହେଁ କାରଣ ରାଜନୀତିଠାରୁ ମୁଁ ଦୂରରେ ରହିବା ପାଇଁ ଚାହେଁ
ପ୍ରତିଦିନ ପ୍ରତିମୁହୂର୍ତ୍ତରେ ପ୍ରଭୁଙ୍କ ନାମ ଗାଇ ବଞ୍ଚିଥିବା ଜଣେ ସାଧାରଣ ମଣିଷ
ମା, ମମତା, କଳାସଂସ୍କୃତି ଓ ପରମ୍ପରାକୁ କ୍ଷତବିକ୍ଷତ ନ କରି ତାକୁ ସମ୍ମାନର ସହ ବଞ୍ଚାଇ ରଖି ନିଜର ଉନ୍ନତି ପଥରେ ଅଗ୍ରସର ହୁଅନ୍ତୁ
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଭଲରେ ଅଗ୍ରସର ହେଉ ପ୍ରତ୍ୟେକ ଓଡ଼ିଆ ସଙ୍ଗୀତ ଜଗତର କଲ୍ୟାଣ ହେବା ସଙ୍ଗେ ସଙ୍ଗେ ଓଡ଼ିଆମ୍ୟୁଜିକ୍ଡଟ୍କମ୍ର ଏଭଳି ଏକ ନିଆରା ପଦକ୍ଷେପ ପାଇଁ ମୁଁ ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଉଛି