
ସମ୍ପ୍ରତି ଇଂ.ଆଦେନୀ ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍ ଓ ଆଦେନୀ ମ୍ୟୁଜିକ୍ ନାମରେ ଏକ ମ୍ୟୁଜିକ୍ କମ୍ପାନୀର ପ୍ରତିଷ୍ଠା କରି ଏହାର ପରିଚାଳନା ଦାୟିତ୍ବରେ ରହିଛନ୍ତି ଜୀବନର ସାୟାହ୍ନରେ ପହଞ୍ଚିଥିଲେ ମଧ୍ୟ ଶ୍ରୀ ଆଦେନୀ ଆଜି ବି ଚଳଚଞ୍ଚଳ ସ୍ବଭାବରେ ସର୍ବଦା ଖୁସ୍ମିଜାଜ୍ ଶ୍ରୀ ଆଦେନୀଙ୍କ ସରଳ, ହସହସ ଓ ଅମାୟିକ ବ୍ୟବହାର ହିଁ ସମସ୍ତଙ୍କୁ ତାଙ୍କଆଡ଼କୁ ଆକର୍ଷିତ କରିଥାଏ ଆଜିର ଦୌଡ଼ ପ୍ରତିଯୋଗିତାର ଭିଡ଼ଠାରୁ ସେ ବହୁ ଦୂରରେ ନିଜର ସ୍ବତନ୍ତ୍ରତାକୁ ନେଇ ସେ ଆତ୍ମସନ୍ତୋଷରେ ଅଛନ୍ତି ପ୍ରତିଯୋଗିତା ଓ ପୁରସ୍କାରର ଲାଳସା ତାଙ୍କ କଳାତ୍ମକ ସୃଷ୍ଟିକୁ ଦୁର୍ବଳ କରିପାରିନାହିଁ ଅନ୍ୟପକ୍ଷରେ ଶ୍ରୋତାମାନେ ତାଙ୍କ ସଙ୍ଗୀତର ତରଙ୍ଗ ପ୍ରତି ବିଶେଷ ଭାବେ ଦୁର୍ବଳ ହେବାର ଦେଖାଯାଇଛି ୧୯୭୪ ରେ ତାଙ୍କ ନିର୍ମିତ ଓ ସଙ୍ଗୀତ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଅନୁତାପ’ର ସେଇ ନିଦୁଆ ମାଦକ ଭରା ଗୀତ ‘ନିଦ ଭରା ରାତି ମଧୁଝରା ପ୍ରୀତି’କୁ ଯଦି ଆଜି ବି କେହି ଶୁଣେ, ସେ ସଙ୍ଗୀତର ଯାଦୁରେ ମତୁଆଲା ହେବା ସ୍ବାଭାବିକ
ଛୋଟବେଳୁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢ଼ିବା ସମୟରେ ହିଁ ଏହି ଦିଗପ୍ରତି ମୋର ରୁଚି ବଢ଼ିଥିଲା ଏଥିପାଇଁ ମୁଁ ବିଶେଷ ଜଣାଶୁଣା ବି ଥିଲି ବାପାଙ୍କ ଜିଦ୍ ଯୋଗୁଁ ଇଞ୍ଜିନିୟରିଂ ପଢ଼ି ରେଳବାଇ ଚାକିରିରେ ଭର୍ତ୍ତି ହେଲି ଏବଂ ୧୯୬୨ ମସିହାରେ କଲିକତାରେ ରେଳବାଇ ଚାକିରି କରିବା ସମୟରେ ଏହି ରୁଚି ଯୋଗୁଁ ସେଠାକାର ଷ୍ଟୁଡ଼ିଓମାନଙ୍କୁ ମୋର ଯିବାଆସିବା ଚାଲିଥିଲା ସେଠାରେ କାର୍ଯ୍ୟରତ ପ୍ରଖ୍ୟାତ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ସତ୍ୟଜିତ୍ ରାୟ, ମୃଣାଳ ସେନ୍, ପ୍ରଭାତ ମୁଖାର୍ଜୀ ଓ ତପନ ସିହ୍ନାଙ୍କ ସାନିଧ୍ୟରେ ଆସି ଏହି ଦିଗପ୍ରତି ମୋର ରୁଚି ଓ ଦୁର୍ବଳତା ଆହୁରି ବଢ଼ିଯାଇଥିଲା ତେଣୁ ଏଇଠାରୁ ମୋର ଚଳଚ୍ଚିତ୍ର ଓ ସଙ୍ଗୀତ ଯାତ୍ରାର ଆରମ୍ଭ ହୋଇଥିଲା ବୋଲି ମୁଁ ଭାବେ
ରେଳବାଇ ଚାକିରୀ କରିବାର ୪ ବର୍ଷ ପରେ ଚାକିରୀ ଛାଡ଼ିଲି କେବଳ ଏଇ ସଙ୍ଗୀତ ଓ ଚଳଚ୍ଚିତ୍ରର ନିର୍ଦ୍ଦେଶନା ନିଶା ଯୋଗୁଁ ୧୯୬୫ ମସିହାରେ ଚଳଚ୍ଚିତ୍ରରେ ସଂଘର୍ଷ ପାଇଁ ମୁମ୍ବାଇ ଯାଇଥିଲି ପୁଣି ୧୯୬୬ ମସିହାରେ ବ୍ରହ୍ମପୁର ଫେରିଆସି ଏଠାରେ ଡ୍ରାମା ଓ ସଙ୍ଗୀତ ଇତ୍ୟାଦିରେ ମନଦେଲି ପରେ ୧୯୬୮ ମସିହାରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅଣ୍ଟା ଭିଡ଼ି ‘କିଏ ବୁଝିବ’ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ ଯୋଜନା କଲି ଏଥିରେ ମୁଁ ପ୍ରଯୋଜନା, ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନାର ଭାର ତୁଲାଇଲି ସେହି ସମୟରେ ନାଟ୍ୟକାର ବିଜୟ ମିଶ୍ର ଏହାର ଚିତ୍ରନାଟ୍ୟ ଓ ନାଟ୍ୟକାର ରମେଶ ପାଣିଗ୍ରାହୀ ଗୀତ ରଚନାର ଦାୟିତ୍ବ ତୁଲାଇଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ସୁଟିଂ ହେବା ଆଗରୁ ଏହି ପ୍ରକଳ୍ପଟି ବନ୍ଦ ହୋଇଯାଇଥିଲା ତଥାପି ମୁଁ ଆଶା ହରାଇ ନଥିଲି ପୁଣି ୧୯୭୪ ମସିହାରେ ମୁଁ କଟକ ଚାଲିଆସି ସେଠାରେ ଏକ ଇଲେକ୍ଟ୍ରିକାଲ୍ କାରଖାନା ଆରମ୍ଭ କଲି ବଞ୍ଚିବା ପାଇଁ ଜୀବନ ସଂଘର୍ଷ ସହିତ ପୁଣି ୧୯୭୫ ମସିହାରେ ମୋର ଦ୍ବିତୀୟ ଚଳଚ୍ଚିତ୍ର(ଓଡ଼ିଆ) ‘ଅନୁତାପ’ର କାର୍ଯ୍ୟ ଆରମ୍ଭ କଲି ହେଲେ ନିୟତିର ମୋ ପ୍ରତି ବିଚାର ଥିଲା ବଡ଼ ବିଚିତ୍ର ଆର୍ଥିକ ଅନାଟନ ଓ ଅନ୍ୟ ସମସ୍ୟା ଯୋଗୁଁ ଏହି ଚଳଚ୍ଚିତ୍ରଟି ୧୯୭୫ ମସିହାରେ ମଧ୍ୟ ଅଟକି ଯାଇଥିଲା ତଥାପି ଏତେବଡ଼ ଅନ୍ଧକାର ମଧ୍ୟରୁ ପ୍ରଭୁ ଶ୍ରୀଜଗନ୍ନାଥ ଟିକିଏ ଆଲୋକ ଦେଖାଇଲା ଭଳି ୧୯୭୬ ରେ ଅନ୍ୟ ଏକ କମ୍ପାନୀ ଏହି ଚଳଚ୍ଚିତ୍ରର ନିର୍ମାଣ ଭାର ହାତକୁ ନେଲେ ଭଗବାନଙ୍କ ଦୟାରୁ ଏହା ନିର୍ମାଣ ହୋଇ ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା
ହଁ ୧୯୭୭ ମସିହାରୁ ହିଁ ମୋର ପେସାଦାର ଚଳଚ୍ଚିତ୍ର ଓ ସଙ୍ଗୀତ ନିର୍ଦ୍ଦେଶନାର ବୃତ୍ତି ଆରମ୍ଭ ହେଲା କହିଲେ ଚଳେ ଆଉ ‘ଅନୁତାପ’ ଚଳଚ୍ଚିତ୍ର ହିଁ ମତେ ଆଜି ବି ବଞ୍ଚାଇ ରଖିଛି ଯାହାର ସେଇ ଗୀତଟି ‘ନିଦଭରା ରାତି ମଧୁଝରା ଜହ୍ନ’ର ଅପୂର୍ବ ସଫଳତା ହିଁ ମୋର ପରିଚୟକୁ ରାତାରାତି ବଦଳାଇ ଦେଇଥିଲା ଏହି ଚଳଚ୍ଚିତ୍ରରେ ମୋର ପ୍ରଥମ ଆବିର୍ଭାବ ହିସାବରେ ମୁଁ ଜଣେ ସଫଳ ସଙ୍ଗୀତ ନିର୍ଦ୍ଦେଶକ ମାନ୍ୟତା ହାସଲ କଲି ପ୍ରସିଦ୍ଧ ଗାୟିକା ନିର୍ମଳା ମିଶ୍ରଙ୍କ କଣ୍ଠର ଯାଦୁରେ କଲିକତାର ଟେକ୍ନିସିଆନ୍ ଷ୍ଟୁଡ଼ିଓରେ ଏହାର ଗୀତ ରେକର୍ଡ଼ିଂ ହୋଇ ଅଗଣିତ ସ୍ରୋତାଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲା ଏହି ଚଳଚ୍ଚିତ୍ରର ମୁଖ୍ୟଭୂମିକାରେ ସୌଦାମିନୀ, ସୁରେଶ ମିଶ୍ର, ବାବିବାବୁ, ଶ୍ୟାମଳେନ୍ଦୁ, ଝରଣା ଦାସ, ଦୀପା ସାହୁ ଓ ପ୍ରୀତି ପଟ୍ଟନାୟକ ଆଦି ଅଭିନୟ କରିଥିଲେ ଏଥିରେ କଣ୍ଠଦାନ କରିଥିଲେ ଗାୟିକା ନିର୍ମଳା ମିଶ୍ର, ତାନ୍ସେନ୍ ସିଂହ, ଜୁବିନ୍ ଆଦେନୀ, କେ. ଭାନୁମତି, କୁମୁଦିନୀ ମିଶ୍ର, ଭିକାରୀ ବଳ ଏବଂ ମୁଁ ନିଜେ
ହଁ ୧୯୮୦ ରେ ନିର୍ମିତ ‘ହୀରା ମୋତି ମାଣିକ’ ଯେଉଁଥିରେ ମୁଁ ଚଳଚ୍ଚିତ୍ର ନିର୍ଦ୍ଦେଶକର ଦାୟିତ୍ବ ତୁଲାଇଥିଲି ପରେ ପରେ ତୃତୀୟ ଚଳଚ୍ଚିତ୍ର ‘ପୂଜାରିଣୀ’ ଏହି ଚଳଚ୍ଚିତ୍ରର ଗୀତ ଖୁବ୍ ଲୋକପ୍ରିୟ ହୋଇ ବଜାରରେ ଚାହିଦା ହେଲା, କିନ୍ତୁ ଚିତ୍ରଟି ମୁକ୍ତିଲାଭ କରିପାରି ନଥିଲା ‘ହୀରା ମୋତି ମାଣିକ’ରେ ନାୟିକା ଶୁଭ୍ରା ପତିଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା ‘ପୂଜାରିଣୀ’ ଚଳଚ୍ଚିତ୍ର ମୁକ୍ତିଲାଭ କରି ନପାରିବା ମୋର ଦୁର୍ଭାଗ୍ୟ ବୋଲି କୁହାଯାଇପାରେ
ସେ ତ ଆଉ ଏକ କାହାଣୀ ମୋ କଳାକାର ଜୀବନର ମୁମ୍ବାଇର ସଂଘର୍ଷ ଜୀବନ ଭିତରେ ୧୯୮୨ ମସିହାରେ ନିର୍ଦ୍ଦେଶନା ଦେଇଥିଲି ମୋର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ‘ଜମାନା କ୍ୟା କହେଗା’ ଏଥିରେ ସଙ୍ଗୀତ ଓ ନିର୍ଦ୍ଦେଶନା ଉଭୟର ଦାୟିତ୍ବ ମୁଁ ବହନ କରିଥିଲି ବଲିଉଡ଼୍ର ତାରକା ରାମେଶ୍ବରୀ, ଅରୁଣ ଗୋଭିଲ୍, ନିରୂପା ରାୟ, ମଦନ ପୁରୀ ଓ ଡ଼. ଶ୍ରୀରାମ ଲାଗୁ ପ୍ରମୁଖ ଏଥିରେ ଅଭିନୟ କରିଥିଲେ ସେ ସମୟରେ ଏହାର କାହାଣୀର ବିଷୟବସ୍ତୁ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ଉପରେ ଆଧାରିତ ଥିଲା ଯାହାକି ସେ ସମୟ ପାଇଁ ଅତ୍ୟାଧୁନିକ ବିଷୟ ଥିଲା ଏଣୁ ଦର୍ଶକେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ
ତା’ପରେ ୧୯୯୨ ରେ ‘ହାମ୍ନେ ପ୍ୟାର କିୟା’ରେ ମୋର ନିର୍ଦ୍ଦେଶନା ଏବଂ ୧୯୯୪ ମସିହାରେ ତୃତୀୟ ଚଳଚ୍ଚିତ୍ର ‘ପ୍ରେମ୍ ଉପହାର୍’ରେ ମୋର ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ବ ଥିଲା ମୋର ଏହି ୩ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଏହା ବ୍ୟତୀତ ମୋର ଅନେକ ମୁକ୍ତିଲାଭ କରି ନଥିବା ଚଳଚ୍ଚିତ୍ର ମଧ୍ୟ ରହିଛି
ଖୁସି ଲାଗୁଛି, ଯାହାକୁ ବି ଆଣିଛି ସେମାନେ ଆଜି ନିଜ ନିଜ ବୃତ୍ତିକୁ ନେଇ ବେଶ୍ ସଫଳ ସେମାନଙ୍କ ମଧ୍ୟରୁ ସଂଳାପକାର ବିଜୟ ମିଶ୍ର, ଗୀତିକାର ନିଜାମ୍, ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ରଜନୀକାନ୍ତ ନାୟକ, ତାନ୍ସେନ୍ ସିଂହ, କେ.ଭାନୁମତି ଓ କଳାକାର କୁମୁଦିନି ମିଶ୍ର, ସୁରେଶ ମିଶ୍ର, ଶୁଭ୍ରା ପତି, ଧୀର ମଲ୍ଲିକ, କେ. ସରାର୍, ମନ୍ମଥ ମିଶ୍ର ଆଦି ସମସ୍ତେ ଆଜି ଯଥେଷ୍ଟ ସଫଳ ଓ ସୁଖ୍ୟାତି ଅର୍ଜନ କରିଥିବା ହେତୁ ମୁଁ ଗର୍ବିତ
ମୂଲ୍ୟବୋଧ ତଳିତଳାନ୍ତ ହୋଇସାରିଲାଣି କାରଣ କାହାଣୀ ବା ବିଷୟ ବସ୍ତୁ ଓ ସଙ୍ଗୀତ ମଧ୍ୟରେ କୌଣସି ସାମଞ୍ଜସ୍ୟ ବା ତାଳମେଳ ନାହିଁ
ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ, ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଏବଂ ପ୍ରଣବ ପଟ୍ଟନାୟକ ଭାରତୀୟ ସଙ୍ଗୀତ ଓ ଚଳଚ୍ଚିତ୍ର ଇତ୍ୟାଦିରେ ନୌସାଦ୍ ସାହେବ, ରଫି ସାହେବ୍, କିଶୋର କୁମାର, ଲତା ମଙ୍ଗେସ୍କର, ଉଦିତ୍ ନାରାୟଣ, ଅନୁରାଧା ପୋଡ଼ୱାଲ, ଶ୍ରେୟା ଘୋଷାଲ ଆଦି
ମୋତେ ପ୍ରଭୁ ଶ୍ରୀଜଗନ୍ନାଥ ୩ଟି ସୁନ୍ଦର ସନ୍ତାନ ଉପହାର ଦେଇଛନ୍ତି ୨ ଗୋଟି ଝିଅ ଓ ଗୋଟିଏ ପୁଅକୁ ନେଇ ମୋ ହସଖୁସିର ସଂସାର ସେମାନଙ୍କ ମଧ୍ୟରୁ ସାନଝିଅ ଜୁବିନ୍ ଓ ପୁଅ ରଫି ଆଦେନୀ ମୋର କଳା ଓ ସଙ୍ଗୀତକୁ ଗ୍ରହଣ କରିଛନ୍ତି ସେମାନେ ଉଭୟେ କଣ୍ଠଶିଳ୍ପୀ ଭାବେ ପରିଚିତ ଏବଂ ମୋର ପତ୍ନୀ ଖୁବ୍ ଯତ୍ନଶୀଳ ଅଟନ୍ତି
ସବୁକିଛି ଜଗନ୍ନାଥଙ୍କ ଭରଷା ଶ୍ରୋତା ଓ ଦର୍ଶକଙ୍କ ସ୍ବାଦ ବଦଳିଲେ ସବୁ ବଦଳିବ
ହଁ ଚାଲିଛି ଏକ ଚଳଚ୍ଚିତ୍ର ପାଇଁ ସ୍କ୍ରିପ୍ଟ୍ ଲେଖା ଚାଲିଛି ଚଳଚ୍ଚିତ୍ରଟିଏ ନିର୍ମାଣ ଓ ନିର୍ଦ୍ଦେଶନା ଦେବାକୁ ପୁଣି ଇଚ୍ଛା ହେଉଛି କିଛି ସି.ଡି. ସଙ୍ଗୀତର ରେକର୍ଡ଼ିଂ ଓ ଭିଡ଼ିଓ ଚିତ୍ର ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି
ମୁଁ ଘୃଣା କରେ ଘୃଣାକୁ ଓ ସମସ୍ତଙ୍କୁ ଭଲ ପାଅ ନୀତିରେ ବିଶ୍ବାସ କରେ
ଶତକଡ଼ା ୧୦୦ ଭାଗ ଶ୍ରୀଜଗନ୍ନାଥ ମତେ ସବୁକିଛି ଦେଇଛନ୍ତି ଆଜି ବି ମୁଁ କଳାସାଧନାରେ ମାତିଛି
ଯଦି କଳାକୁ ଅଧା ବାଟରେ ନ ଛାଡ଼ି ପୂର୍ଣ୍ଣ କରିବେ ଓ ପୂଜା କରିବେ ତେବେ ସଫଳତା ଆପଣଙ୍କ ପାଦ ଛୁଇଁବ ନିରାଶ ହୁଅନ୍ତୁ ନାହିଁ ରାତି ପରେ ନିଶ୍ଚିତ ସକାଳ ହେବ ଏଥିରେ ସନ୍ଦେହ ନାହିଁ
ଓଡ଼ିଆ ମ୍ୟୁଜିକ୍ ଡଟ୍କମ୍ ପୋର୍ଟାଲ୍ କୁ ମୋର ହାର୍ଦ୍ଦିକ ଶୁଭକାମନା ଏହାର ଉତ୍ତରୋତ୍ତର ଉନ୍ନତି ପାଇଁ ମୁଁ କାମନା କରୁଛି
Odia Music is doing an excellent job for preserving Odia Music and Would request you to update your webiste on regular basis.
Hello,
I required Bishnu Sahashranam which was sang by 3 oriya sisters – sangita mohapatra, sagarika mohapatra and 3rd name I cant remember. I was listening those versions when I was in school . My father had a huge collections. He passed away. I am not getting that cassettes.
If anyone help me get those collections I will be grateful.
Thanks’
Krushnapriya
It is feeling me great inside my heart to read the interview of Er. Jalal Adeni music director of one of my close song to heart “Nida bhara raati”. I am very much thankful to odiamusic.com team and interviewer Mr. Biswarup Das. Hope to read such untold and less known histroy of odiya film music.
ଶ୍ରୀଯୁକ୍ତ ଆଦେନୀ ଜଣେ ନିଷ୍ଠାପର କଳାକାଋଭଞନଗଋ ଓଡିଆ ସିନେମାକୁ[ନିରଞ୍ଜନ ଶତପଥୀ,ଊମାକାନ୍ତ ମିଶ୍ର,ମନ୍ମଥ ଶତପଥୀ,ରାଧା ପଣ୍ଡା,ଜର୍ଜ ତିଆଡୀ,ସବ୍ୟସାଚୀ]ଙ୍କ ପରି ଅନେକ କଳାକାଋ ଉପହାର ଦେଇଛି
ସଙ୍ଗିତସ୍ରଷ୍ଟା ଆଦେନି ପ୍ରଚଣ୍ଡ ପ୍ରତିଭାଧର ହୋଇମଧ୍ୟ ତୁଛ ପ୍ରତିଯୋଗୀତାରେ ସାମିଲ୍ ନ ହୋଇ ନିଦଭରା ରାତିର ମଧୁଝରା ଜହ୍ନ ହୋଇ ମଧୁ ପରଷି ଦେଇଛନ୍ତିଏହି ମହାନ୍ କଳାକାରଙ୍କୁ ଆମର ଅନେକ ଅନେକ ଶୁଭେଛ
It was good to know many things about Shri Jalal Adeni’s work.
Please bring in more such intervews.