Share :

ଭୁବନେଶ୍ବର,(୩୧/୧/୧୧) : ସାଂସ୍କୃତିକ ଅନୁଷ୍ଠାନ ଶ୍ରୁତି ପକ୍ଷରୁ ଫେବୃୟାରୀ ୮ ଓ ୯ ତାରିଖ ଦୁଇଦିନଧରି ଷଷ୍ଠ ଓଡ଼ିଶୀ ସଙ୍ଗୀତ ଓ ଲଘୁସଙ୍ଗୀତ ସମାରୋହ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ୤

ଉକ୍ତ ଉତ୍ସବରେ ଦିବଂଗତ ପଣ୍ଡିତ ଭୁବନେଶ୍ବର ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ପଦ୍ମିନୀ ଖୁଣ୍ଟିଆଙ୍କୁ ପଣ୍ଡିତ ଭୁବନେଶ୍ବର ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯିବ ଏବଂ ମୁନ୍‌ମୁନ୍‌ ଚକ୍ରବର୍ତ୍ତୀଙ୍କୁ ଆମେରିକାର ନୃତ୍ୟାୟନ ତରଫରୁ ସଂଯୁକ୍ତା ପ୍ରତିଭା ସମ୍ମାନ ପ୍ରଦାନ କରାଯିବ୤ ଏଥିସହିତ ଅନୁଷ୍ଠାନ ତରଫରୁ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହପାତ୍ର ଏବଂ ଓଡ଼ିଶୀ ନୃତ୍ୟଗୁରୁ ନିରଞ୍ଜନ ରାଉତଙ୍କୁ ସମ୍ମାନିତ କରାଯିବ୤ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତରେ ପ୍ରଥମ ଥର ଲାଗି ଓଡ଼ିଶୀ ରାଗସଙ୍ଗୀତ, ଓଡ଼ିଶୀ ଭାବ ସଙ୍ଗୀତ ଓ ନାଟ୍ୟାଙ୍କ ସଙ୍ଗୀତକୁ ନେଇ ଅଡିଓ ସିଡି ଉନ୍ମୋଚନ କରାଯିବ୤ ଏଥିରେ କଣ୍ଠଦାନ କରିଛନ୍ତି ଗୁରୁ ବିଜୟ କୁମାର ଜେନା୤

 

Speak Your Mind ( Tell us what do you think)

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

Keyboard help for Odia typing