Share :

ଭୁବନେଶ୍ବର, ୯ ଫେବୃୟାରୀ ୨୦୧୧ : ଶ୍ରୁତି ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ସଙ୍ଗୀତ ଓ ଲଘୁ ସଙ୍ଗୀତ ସମାରୋହ ଗତ ୮ ଓ ୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି୤ ସ୍ଥାନୀୟ ଜୟଦେବଭବନଠାରେ ଅନୁଷ୍ଠିତ ପ୍ରଥମ ସନ୍ଧ୍ୟାରେ ଗୁରୁ ରାମହରି ଦାସ ଓ ଗୁରୁ ବିଜୟ କୁମାର ଜେନା ଯୁଗଳବନ୍ଦୀ ପରିବେଷଣ କରିଥିଲେ୤ ସେମାନଙ୍କ ମିଳିତ ଗାନରେ “ଝୁଲୁଛନ୍ତି ନିକୁଞ୍ଜ କାନନେ…” ଶ୍ରୋତାଙ୍କୁ ବିମୋହିତ କରିଦେଇଥିଲା୤ ପରେ ସଙ୍ଗୀତା ଗୋସାଇଁ, ହରପ୍ରିୟା ସ୍ବାଇଁ, ଡ. ଜଗନ୍ନାଥ କୁଅଁର, ସ୍ବପ୍ନେଶ୍ବର ଚକ୍ରବର୍ତ୍ତୀ ପ୍ରମୁଖ କଳାକାରମାନେ ଓଡ଼ିଶୀ ସଙ୍ଗୀତ ଓ ବିଭିନ୍ନ ବାଦ୍ୟ ପରିବେଷଣ କରିଥିଲେ୤ ଏହି ଅବସରରେ ପଦ୍ମିନୀ ଖୁଣ୍ଟିଆଙ୍କୁ ପଣ୍ଡିତ ଭୁବନେଶ୍ବର ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା୤

ସେହିପରି ଷଷ୍ଠ ଓଡ଼ିଶୀ ସଙ୍ଗୀତ ଓ ଲଘୁ ସଙ୍ଗୀତ ସମାରୋହର ଦ୍ବିତୀୟ ସନ୍ଧ୍ୟାରେ ଗୁରୁ ରାଖାଲଚନ୍ଦ୍ର ମହାନ୍ତିଙ୍କ ଗାୟନ “ଘୁମୁ ଘୁମୁ ଘୁମୁରେ ପାରା ଆହାକି ସୁନ୍ଦର ତୋର ଘୁମୁରା ରେ…” ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ପାରିଥିଲା୤ ସତୁରି ଦଶକର ଚଳଚ୍ଚିତ୍ର ‘ଅମର ପ୍ରେମ’ର ଏହି ଗୀତର ସ୍ବର ସଂଯୋଜନା କରିଥିଲେ ନିଜେ ରାଖାଲ ମହାନ୍ତି୤ ଏହି ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟାଙ୍ଗନା ମୁନ୍‌ମୁନ୍‌ ଚକ୍ରବର୍ତ୍ତୀଙ୍କୁ ସଂଯୁକ୍ତା ପ୍ରତିଭା ସମ୍ମାନ ଓ ଓଡ଼ିଶୀ ନୃତ୍ୟଗୁରୁ ନିରଞ୍ଜନ ରାଉତଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା୤

 

3 Responses

  1. godabarish Acharya says:

    ଗୀତ କିପରି ଡାଉନ୍ ଲୋଅଡ୍ କରିବି କହିବେ କି?

  2. କେଦାରନାଥ ତ୍ରିପାଠୀ, ବ୍ରହ୍ମପୁର says:

    ହେ ପ୍ରିୟବନ୍ଧୁ, ଓଡ଼ିଆ ଜାତିର ସମ୍ମାନ ତଥା ହୃତ ଗୌରବ ଫେରାଇ ଆଣିବାରେ ଆପଣମାନଙ୍କ ଯୋଗଦାନ ଅବିସ୍ମରଣୀୟ୤ ଭଗବାନ ସ୍ୱୟଂଭୁ, ଜ୍ୟୋତିବିନ୍ଦୁ ସ୍ୱରୂପ, ସଦା କଲ୍ୟାଣକାରୀ, ପରମଧାମ ନିବାସୀ ’ଶିବବାବା’ ଆପଣମାନଙ୍କ ଅଶେଷ କଲ୍ୟାଣ ସାଧନ କରନ୍ତୁ୤ ଓଁ ଶାନ୍ତି

  3. pradeep rout says:

    i like odia music…


Speak Your Mind ( Tell us what do you think)

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

Keyboard help for Odia typing