ଭୁବନେଶ୍ବର: ଗତ ୧୨ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ମଞ୍ଚରେ ଏକ ଭିନ୍ନ ସ୍ବାଦର ଓଡ଼ିଶୀ ନୃତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଶୀର୍ଷକ ଥିଲା ‘ନବାଗତ ଓଡ଼ିଶୀ ନୃତ୍ୟଶିଳ୍ପୀ ସମାରୋହ’ ନବାଗତ ନୃତ୍ୟଶିଳ୍ପୀମାନଙ୍କର ନୃତ୍ୟ ଓ ସଙ୍ଗୀତରେ ଉପସ୍ଥିତ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଖ୍ୟାତନାମା ନୃତ୍ୟ ଗୁରୁମାନଙ୍କର ଶିଷ୍ୟ ଓ ଶିଷ୍ୟାମାନେ ନିଜନିଜର ଅଭିନବ ନୃତ୍ୟଶୈଳୀ ପରିବେଷଣ କରିଥିଲେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ମଙ୍ଗଳଚରଣରେ ରିଙ୍କୁ କୁମାର ସାହୁଙ୍କ ଗୁରୁବନ୍ଦନା, ଗୁରୁ ପୀତାମ୍ବର ବିଶ୍ବାଳଙ୍କ ନିର୍ଦ୍ଦେଶନାରେ ଦିବ୍ୟଶ୍ରୀ ପଣ୍ଡାଙ୍କ ପଲ୍ଲବୀ-ରାଗ ଆଶାବରୀ, ଗୁରୁ ସୁହାଗ ନଳିନୀ ଦାସଙ୍କ ନୃତ୍ୟ ସଂଯୋଜନାରେ ତପସ୍ବିନୀ ପଣ୍ଡାଙ୍କ ଦ୍ବାରା ପଲ୍ଲବୀ-ରାଗ ଅରଭୀରେ ଅଭିନୟ, ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶନାରେ ଜି. ନାଗେଶ୍ବରୀ, ଗୁରୁ ଇଲିଆନା ସିତାରିଷ୍ଟିଙ୍କ ନୃତ୍ୟ ସଂଯୋଜନାରେ ଉପାସନା ମହାନ୍ତି, ଗୁରୁ କୁମ୍କୁମ୍ ମହାନ୍ତିଙ୍କ ନୃତ୍ୟ ସଂଯୋଜନାରେ ସ୍ବୟଂପ୍ରଭା ମିଶ୍ର ଆଦିଙ୍କ ନୃତ୍ୟରେ ଉପସ୍ଥିତ ଦର୍ଶକ ବିଭୋର ହୋଇଥିଲେ
ଏହିପରି ଏକ ସମାରୋହ ଆୟୋଜନ ମାଧ୍ୟମରେ ଓଡ଼ିଶୀ ନୃତ୍ୟ ସହ ଓଡ଼ିଶୀ ସଙ୍ଗୀତର ପ୍ରଚାର ପ୍ରସାର କରାଯାଇ ତାହାର ସୁରକ୍ଷା ପ୍ରତି ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଯିବା ହେଉଛି ପ୍ରମୁଖ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ ସୂଚନା ଦେଇଥିଲେ ଏହି ଉଦ୍ୟମ ପାଇଁ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଅଧିକାରୀ ଗୁରୁ ରାମହରି ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲାବେଳେ ଏଥିରେ ଓଡ଼ିଶା ରାଜ୍ୟ ସଂସ୍କୃତି ବିଭାଗ ସହଯୋଗ କରିଥିଲେ ଆଗାମୀ ଦିନରେ ଏହିପରି କାର୍ଯ୍ୟକ୍ରମ ଆୟୋଜନ ଜାରି ରହିବା ସହିତ ଏଥିରେ ଅଧିକରୁ ଅଧିକ ନବାଗତ ନୃତ୍ୟଶିଳ୍ପୀ ଯୋଗଦେବେ ବୋଲି ସୂଚନା ମିଳିଛି
ଓଡ଼ିଶାର ସଙ୍ଗୀତଜ୍ଞ, ଗାୟକ, ଗାୟିକା ଓ ନୃତ୍ୟଶିଳ୍ପୀଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ କରାଇବାର ପ୍ରୟାସ odiamusic.com ର ପଦକ୍ଷେପ ସ୍ବାଗତଯୋଗ୍ୟ