Share :

Korank nRtya Utsaba - Kasturi Pattnaik Groupଭୁବନେଶ୍ବର: ୧୯୮୯ ମସିହାରୁ ପ୍ରତିବର୍ଷ ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିର ପ୍ରାଙ୍ଗଣରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଆସୁଛି କୋଣାର୍କ ନୃତ୍ୟ ଉତ୍ସବ୤ ଗତ କିଛିବର୍ଷ ହେଲା ପ୍ରତିବର୍ଷ ଡିସେମ୍ବର ମାସ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଦେଶର ଏହି ସର୍ବବୃହତ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ ଚଳିତ ମାସ ୫ ତାରିଖ ଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍‌ଯାପିତ ହୋଇଯାଇଛି୤ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ୫ଦିନ ଧରି ଅନୁଷ୍ଠିତ ଏହି ଉତ୍ସବର ପ୍ରତି ସନ୍ଧ୍ୟାରେ ଓଡ଼ିଶୀ ସମେତ କୁଚିପୁଡ଼ି, ମୋହିନୀଆଟ୍ଟମ୍‌, ଭାରତନାଟ୍ଟ୍ୟମ ଓ କଥକ ଆଦି ଲୋକପ୍ରିୟ ଶାସ୍ତ୍ରୀୟ ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ୤ ଏହି ଉତ୍ସବରେ ଆନ୍ତର୍ଜାତୀୟ ଖ୍ୟତିଅସମ୍ପନ୍ନ ନୃତ୍ୟଶିଳ୍ପୀ ଯଥା: ନୂଆଦିଲ୍ଲୀର ମାଧବୀ ମୁଦ୍‌ଗଲ୍‌, ଗୁରୁ ରାଜା ଓ ରାଧା ରେଡ୍ଡୀ, ଭାରତୀ ଶିବାଜୀ, କସ୍ତୁରୀ ପଟ୍ଟନାୟକ, ଅହମଦାବାଦରୁ ମଲ୍ଲିକା ସରାଭାଇ, ଗୌହାଟ୍ଟୀରୁ ଅମିତା ଶର୍ମା, ବେଙ୍ଗାଲୁରୁରୁ ସୁରୂପା ସେନ୍‌, କୋଲ୍‌କାତାରୁ ମାଳବିକା ସେନ୍‌ ଏବଂ ସେମାନଙ୍କର ସାଥୀଗଣଙ୍କ ମନମୋହକ ନୃତ୍ୟରେ ଉପସ୍ଥିତ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ୤ ଏହା ବ୍ୟତୀତ ଆମ ଓଡ଼ିଶାର କଟକ ଏବଂ ଭୂବନେଶ୍ବରୁ ଅନେକ ନୃତ୍ୟଙ୍ଗନା ସେମାନଙ୍କ ନୃତ୍ୟରେ ଦର୍ଶକମାନଙ୍କୁ ବିଭୋର କରିଥିଲେ୤

ପ୍ରଥମ ଦିନରେ ଓଡ଼ିଶୀ ନୃତ୍ୟଶିଳ୍ପୀ ମାଧବୀ ମୁଦ୍‌ଗଲ୍‌ ଓ ସାଥୀମାନଙ୍କ ଦ୍ବାରା ମଙ୍ଗଳାଚରଣରେ ଗଙ୍ଗାସ୍ତବ, ଗୀତଗୋବିନ୍ଦ ଆଧାରରେ ଲଳିତା ଲବଙ୍ଗଲତା ନୃତ୍ୟାଭିନୟ, କବିସୂର୍ଯ୍ୟ ବଳଦେବ ରଥ କୃତ ଚମ୍ପୁ ଆଧାରରେ ରାଧା ଓ ଲଳିତାଙ୍କ ଭାବବିନିମୟରେ ନୃତ୍ୟାଭିନୟ ସହିତ କୁଚିପୁଡ଼ି ନୃତ୍ୟରେ ରାଜା ଓ ରାଧା ରେଡ୍ଡୀଙ୍କ ଦେବୀ ସ୍ତୁତି, ତରାନା ଓ ତରଙ୍ଗମ୍‌ ବେଶ୍‌ ମନଛୁଆଁ ହୋଇଥିଲା୤ ଦ୍ବିତୀୟ ଦିନରେ ଭାରତୀ ଶିବାଜୀଙ୍କ ମୋହିନୀଆଟ୍ଟମ୍‌ରେ ଗଣପତି ସ୍ତୁତି ଓ ମୁଖଚାଲମ୍‌ ସହିତ ଓଡ଼ିଶୀ ନୃତ୍ୟଶିଳ୍ପୀ ମୀରା ଓ ସାଥୀଙ୍କ ଦ୍ବାରା ସୂର୍ଯ୍ୟଦେବଙ୍କ ଉପରେ ସହସ୍ରାଂଶୁ ନୃତ୍ୟ ଓ ଗୋଟିପୁଅ ଶୈଳୀର ନୃତ୍ୟ ଆଦିରେ ଉପସ୍ଥିତ ଦର୍ଶକ ବାନ୍ଧି ହୋଇ ରହିଥିଲେ୤

Sankalpa Odissi Group ତୃତୀୟ ଦିନରେ ଓଡ଼ିଶୀ ନୃତ୍ୟାଙ୍ଗନା କସ୍ତୁରୀ ପଟ୍ଟନାୟକ ଓ ସାଥୀମାନଙ୍କ ଦ୍ବାରା ନୃତ୍ୟାଭିନୟ ଥେଇ ଘର ନାଟ ଓ ନୃତ୍ୟ ନାଟିକା ସ୍ଥିତପ୍ରଜ୍ଞ ପରିବେଷିତ ହୋଇଥିଲା୤ ଏହା ସହିତ ମଲ୍ଲିକା ସରାଭାଇଙ୍କ ଭରତନାଟ୍ୟମ୍‌ରେ ସମ୍ପ୍ରଦାୟମ୍‌ ନୃତ୍ୟାଭିନୟ ବେଶ୍‌ ମନୋମୁଗ୍ଧକର ହୋଇଥିଲା୤

ଚତୁର୍ଥ ଦିନରେ ଅନିତା ଶର୍ମାଙ୍କ ଘୋଷ କୀର୍ତ୍ତନ ଓ ଲୀଳା ଗୋବିନ୍ଦମ୍‌ ନାମରେ ସାତ୍ରିୟା ନୃତ୍ୟ ସହିତ ସୁରୂପା ସେନ୍‌ ଓ ସାଥୀମାନଙ୍କ ଓଡ଼ିଶୀ ନୃତ୍ୟରେ ଅର୍ପଣମ୍‌ ଓ ବିଭଟକ ନୃତ୍ୟାଭିନୟ ବେଶ୍ ଆକର୍ଷଣୀୟ ହୋଇଥିଲା୤ ସେହିଭଳି ଉଦ୍‌ଯାପନୀ ସନ୍ଧ୍ୟାରେ କଥକ ନୃତ୍ୟଶିଳ୍ପୀ ମାଳବିକା ମିତ୍ର ଓ ସାଥୀଙ୍କ ଦ୍ବାରା ସୂର୍ଯ୍ୟ ବନ୍ଦନା, କୃଷ୍ଣ କଥା ଓ ନାଚେ ସଙ୍ଗୀତ ନୃତ୍ୟାଭିନୟ ସହିତ ଓଡ଼ିଶୀ ନୃତ୍ୟନାଟିକା ଅନଙ୍ଗରଙ୍ଗ ଓ ରାଧାକୃଷ୍ଣଙ୍କ ପ୍ରେମ ବନ୍ଦନା ନୃତ୍ୟରେ ଦର୍ଶକମାନେ ଆମୋଦିତ ହୋଇଥିଲେ୤ ୫ ଦିନ ବ୍ୟାପୀ ଏହି ନୃତ୍ୟଉତ୍ସବର ପ୍ରତି ସନ୍ଧ୍ୟାରେ ହଜାର ହଜାର ନୃତ୍ୟପ୍ରେମୀ ଯୋଗ ଦେଇଥିଲେ୤

ଦିନକୁ ଦିନ ଏହି ଉତ୍ସବ ଲୋକପ୍ରିୟ ହେଉଥିଲାବେଳେ ଏହି ଉତ୍ସବ ଆୟୋଜନ କରୁଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ମଧ୍ୟରେ ଉପଯୁକ୍ତ ସମନ୍ବୟ ଅଭାବରୁ କେତେକ ସମସ୍ୟା ହେଉଛି ବୋଲି ଉତ୍ସବରେ ଯୋଗଦେବାକୁ ଆସିଥିବା କିଛି କଳାକାର ମତବ୍ୟକ୍ତ କରିଛନ୍ତି୤ ଏହି ନୃତ୍ୟ ଉତ୍ସବ ସମଗ୍ର ଦେଶର ଏକ ଅନନ୍ୟ କାର୍ଯ୍ୟକ୍ରମ ହୋଇଥିବାରୁ ଏ ବାବଦରେ ଆୟୋଜକମାନେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସେମାନେ ମତ ଦେଇଛନ୍ତି୤

 

5 Responses

  1. Rashmin Kumar Mahapatra says:

    ODIA MUSIC IS DOING AN EXCELLENT SERVICE TO ODIA MUSIC AND CULTURE. HATS OFF TO THE FULL TEAM.

  2. prasanta kumar pattnaik says:

    ଓଡିଆ ହିସାବରେ ଗର୍ବିତ- ପ୍ରଶାନ୍ତ କୁମାର ପଟନାୟକ, ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ,ବେହାଲା ଆଞ୍ଚଳୀକ କାର୍ଜ୍ୟାଳୟ, ବେହାଲା, କୋଲକାତା, ଭାରତ.,

  3. Tapan Mishra says:

    ନମସ୍କାର୍

    ବହୁତ ଭଲ ଲଗିଲା !

    ତପନ ମିଶ୍ର

  4. Shashi kanta says:

    Good ….

  5. Lalatendu Bhuyan says:

    In the above article it is showing that “ଓଡ଼ିଶା ସଙ୍ଗୀତ ନାତକ ଏକାଡେମୀର ମିଳିତ ଆନୁକୂଲ୍ୟରେ” But it should be ନାଟକ not ନାତକ Please check properly before post anything on net.


Speak Your Mind ( Tell us what do you think)

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

Keyboard help for Odia typing