Share :

ଭୁବନେଶ୍ବର (୧୧/୨) : ସୁଷମା ସଙ୍ଗୀତ ସଦନ ପକ୍ଷରୁ ଗୁରୁ ପ୍ରଣାମ ଉତ୍ସବ ଗତ ୯ ତାରିଖରେ ଉଦ୍‌ଘାଟିତ ହୋଇ ୧୧ ତାରିଖରେ ଉଦ୍‌ଯାପିତ ହୋଇଯାଇଛି୤ ଉଦ୍‌ଘାଟନୀ ଉତ୍ସବରେ ସଂସ୍କୃତି ବିଭାଗ ସଚିବ ଅଶୋକ ତ୍ରିପାଠୀ ଯୋଗଦେଇଥିଲେ୤ ରଣଦୀପ ଓ ବନ୍ଦିସ ଯୁଗଳବନ୍ଦୀରେ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ୤ ଏହାର ରାଗଥିଲା ମୁଲତାନୀ୤ ସେହିପରି ଚନ୍ଦ୍ରବୋଷ ରାଗରେ ଶ୍ରୀନିବାସ ଓ ଅଭିରାମ ବଂଶୀବାଦନ କରିଥିଲେ୤ ଶେଷରେ ଗୁରୁ ବିଜୟ ଜେନା ଓ ରୂପକ ପରିଡା ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ୤

ଏହି ଅବସରରେ ପ୍ରଣବ କିଶୋର ପଟ୍ଟନାୟକ, ପଣ୍ଡିତ ଉମେଶଚନ୍ଦ୍ର କର ଓ କଣ୍ଠଶିଳ୍ପୀ ଆରତୀ ମିଶ୍ରଙ୍କୁ ବାଳକୃଷ୍ଣ ଦାସ ସମ୍ମାନ ପ୍ରଦାନ କରାଯାଇଥିଲା୤

ଗୁରୁ ପ୍ରଣାମ ଉତ୍ସବର ଅନ୍ତିମ ସନ୍ଧ୍ୟାରେ ରାଜ୍ୟର ବହୁ ଯୁବଶିଳ୍ପୀ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ୤ ଯୁବକଣ୍ଠ ଶିଳ୍ପୀ ରଣଦୀପ ଓ ବନ୍ଦିଶ ଅନନ୍ୟ ସାଙ୍ଗୀତିକ ପରିବେଶ ସୃଷ୍ଟି କରିଥିଲେ୤ ଏହା ସହିତ ଯୁବକଣ୍ଠ ଶିଳ୍ପୀ ସୁଶାନ୍ତ, ରଶ୍ମି, ଆଦ୍ୟାଶା, ସୌମ୍ୟା, ସ୍ନିଗ୍ଧା, ପ୍ରତ୍ୟାଷାଙ୍କ ସମେତ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ ଓ ରାମହରି ଦାସ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ଚକିତ କରିଦେଇଥିଲେ୤

 

Speak Your Mind ( Tell us what do you think)

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

Keyboard help for Odia typing