ବିଶିଷ୍ଟ ସଙ୍ଗୀତ ଶିଳ୍ପୀ ସିକନ୍ଦର ଆଲାମ ସ୍ମୃତି ସନ୍ଧ୍ୟା : ପୁରୁଣା ଗୀତରେ ଝୁମିଲେ ଦର୍ଶକ
ଭୁବନେଶ୍ବର: ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ସିକନ୍ଦର ଆଲାମ୍ଙ୍କ ଜୟନ୍ତୀ ଅବସରରେ ଏକ ସ୍ମୃତି ସନ୍ଧ୍ୟା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ, ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ସିକନ୍ଦର ଆଲାମ୍ ଫାଉଣ୍ଡେସନ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିକନ୍ଦର ଆଲାମ୍ ଗାଇଥିବା ଗୀତଗୁଡ଼ିକ ଥିଲା ପ୍ରମୁଖ ଆକର୍ଷଣ
ସ୍ମୃତି ସନ୍ଧ୍ୟା ଆରମ୍ଭ ହୋଇଥିଲା ସିକନ୍ଦରଙ୍କ କନ୍ୟା ତଥା କଣ୍ଠଶିଳ୍ପୀ ନାଜିଆ ଆଲାମ୍ଙ୍କ ‘ପତିତପାବନ ବାନା ଆଉ କେତେ ବେଳକୁ’….ସଙ୍ଗୀତରୁ ଏହାପରେ ଜଣକ ପରେ ଜଣେ କଣ୍ଠଶିଳ୍ପୀ ଗାଇଥିଲେ ଗୋଟିଏ ପରେ ଗୋଟିଏ ସିକନ୍ଦର ଆଲାମ୍ଙ୍କ ଗୀତ ଏଥିରେ ‘ଏଇ ମୋ ମନର’…., ‘ଗୁଣିଆ ଝାଡ଼େ ଡାହାଣୀ’….,‘ଆଲୋ ମୀତ ଗା ସଙ୍ଗୀତ’…., ‘ସପନର ପଥେ ପଥେ’…., ‘ମୁଁ ତ ମଣିଷ ମାରିନି’…., ‘ଦେଲେ ଧରା କଥା ସରେ’…. ଭଳି ଅନେକ ମନଛୁଆଁ ସଙ୍ଗୀତ ରହିଥିଲା ଏସବୁକୁ ଗାଇଥିଲେ କଣ୍ଠଶିଳ୍ପୀ ମହାପ୍ରସାଦ କର, ମିତାଲୀ ଚିନରା, ଆଦ୍ୟାଶା ଦାସ, ସୌରଭ ନାୟକ, ସୁଶାନ୍ତ ପଣ୍ଡା, ଗୀତା ପଟ୍ଟନାୟକ, ଲତା ଘୋଷ, ସୁର ସରୀତା ରାଉତ ଓ ପ୍ରୀତିନନ୍ଦା ରାଉତ ଏହି ଅବସରରେ ସିକନ୍ଦର ଆଲାମ୍ଙ୍କ କିଛି ପୁରୁଣା ଗୀତକୁ ନେଇ ‘ସପନର ପଥେ ପଥେ’ ନାମକ ଏକ ସିଡ଼ିକୁ ବରିଷ୍ଠ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କର ଓ ପ୍ରବଣ ପଟ୍ଟନାୟକ ଉନ୍ମୋଚନ କରିଥିଲେ
ଏହି ସଙ୍ଗୀତ ଭିତ୍ତିକ ସନ୍ଧ୍ୟାରେ ଅତିଥିଭାବେ ରାଜ୍ୟ ସଂସ୍କୃତ ବିଭାଗ ନିର୍ଦ୍ଦେଶକ ସୁଶୀଲ ଦାସ, ସିକନ୍ଦରଙ୍କ କନ୍ୟା ନାଜିଆ ଆଲାମ୍, ସୋଫିଆ ଆଲାମ୍, ସ୍ବର୍ଗତ ଆଲାମ୍ଙ୍କ ପତ୍ନୀ ନଇମା ଆଲାମ୍, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଚିତ୍ତ ମଲ୍ଲିଆ ଓ ଅଧ୍ୟକ୍ଷ ତଥା ଅଭିନେତା ଶରତ ପୂଜାରୀ, ରାମହରି ଦାସ ଏବଂ ନାରାୟଣ ପ୍ରସାଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ
ମୁଁ ଓଡିଆ ସଂଗୀତର ଜଣେ ନିରବିଚ୍ଛିନ୍ନ ଶ୍ରୋତା ଆପଣଙ୍କ ଏହି ଚେଷ୍ଟା ଆମ ଭଳି ଓଡିଆ ସଂଗୀତ ପ୍ରେମୀଙ୍କୁ ଜୀବିତ କରି ରଖିଛି ଆପଣଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି