Share :

ଭୁବନେଶ୍ବର: ଗତ ସେପ୍ଟେମ୍ବର ୨୮ ତାରିଖ ଦିନ ସନ୍ଧ୍ୟାରେ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ମଞ୍ଚରେ ପରିବେଷିତ ହୋଇଯାଇଛି ଏକ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ୤ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଷ୍ଠାନ ଦ୍ବାରା ପରିବେଶିତ ଏବଂ ଆଇସିସିଆର୍‌ ଓ ରାଜ୍ୟ ସଂସ୍କୃତ ବିଭାଗ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ୤ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର କଳାକାରମାନେ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତକୁ ସ୍ବତନ୍ତ୍ର ଭାବେ ପରିବେଷଣ କରିଥିଲେ୤ କାର୍ଯ୍ୟକ୍ରମରେ ମାଲେତ୍ରୀ ସଙ୍ଗୀତ, ଡାଲଖାଈ ନୃତ୍ୟ, ଲୀଲା ଗୀତ, ସଜନୀ ଗୀତ, ଲବଗୀତ ସହିତ ଲୋକପ୍ରିୟ ରଙ୍ଗବତୀ ନୃତ୍ୟ ପରିବେଷଣ ହୋଇଥିଲା୤ ଏହା ବ୍ୟତୀତ ଏଥିରେ ପରିବେଷିତ ଝି-ଜନମ ନୃତ୍ୟନାଟିକାକୁ ଦର୍ଶକମାନେ ପ୍ରଶଂସା କରିଥିଲେ୤ ଏହି ନୃତ୍ୟନାଟିକାରେ ସମ୍ବଲପୁରୀ ନୃତ୍ୟ ମାଧ୍ୟମରେ ଏକ ବୃନ୍ଦନୃତ୍ୟ ମାଧ୍ୟମରେ ଜଣେ କିଶୋରୀର ବିବିନ୍ନ ଅବସ୍ଥାକୁ ପରିବେଷଣ କରାଯାଇଥିଲା୤

ସମସ୍ତ ନୃତ୍ୟ ସଙ୍ଗୀତକୁ ନିର୍ଦ୍ଦେଶନା ଓ ସଂଯୋଜନା କରିଥିଲେ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ରବି ରତନ ସାହୁ୤ କାର୍ଯ୍ୟକ୍ରମରେ ନୃତ୍ୟ ଓ ସଙ୍ଗୀତରେ ତୁଳାରାମ କଲାଟ, ଈଶ୍ବରୀ ବାଗ୍‌, ଅଶ୍ବନୀ ପଟେଲ, ଦଶରଥ ମେହେର, ପ୍ରୟାଗ ବେହେରା, ଦିଲ୍ଲିପ ପଣ୍ଡା, ପବିତ୍ର ପ୍ରଧାନ, ଭଗବାନ ସାହୁ, ପର୍ଶୁରାମ ଦାସ ଏବଂ ରୀତାଞ୍ଜଳୀ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ୤ ଏଥିରେ ବହୁମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆୟୋଜକ ଅନୁଷ୍ଠାନର ଉତ୍ତୋରତର କାମନା କରିଥିଲେ୤

 

Speak Your Mind ( Tell us what do you think)

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

Keyboard help for Odia typing