Share :

କଟକ : ଆକାଶବାଣୀ କଟକ କେନ୍ଦ୍ରର ୬୪ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି୤ ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୯ ଜଣ ବ୍ୟକ୍ତିବିଶେଷଙ୍କୁ ଆକାଶବାଣୀ ପକ୍ଷରୁ ସମ୍ମାନିତ କରାଯାଇଛି୤ ସେମାନଙ୍କ ମଧ୍ୟରୁ ସଙ୍ଗୀତକ୍ଷେତ୍ରରେ ଗାୟିକା ସ୍ନେହଲତା ପ୍ରହରାଜଙ୍କୁ ସମ୍ବର୍ଦ୍ଧିତ କରାଯାଇଛି୤

ସେହିଭଳି ଗୀତିକବି ବୃନ୍ଦାବନ ଜେନାଙ୍କୁ ଗୌରହରି ଗୀତିକବି ସ୍ବର୍ଣ୍ଣପଦକ ସମ୍ମାନ ଏବଂ ଖଞ୍ଜଣୀ ଭଜନ ଗାୟକ ବାବାଜୀ ଚରଣ ଦାସଙ୍କୁ ସତ୍ୟନାରାୟଣ ଅଗ୍ରୱାଲା ଲୋକ ସଙ୍ଗୀତ ସମ୍ମାନରେ ସମ୍ମାନିତ କରାଯାଇଛି୤ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ନିର୍ଦ୍ଦେଶିକା ସୁଧା ମିଶ୍ର, ଯନ୍ତ୍ରୀ ବସନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ୤

 

Speak Your Mind ( Tell us what do you think)

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

Keyboard help for Odia typing